ODISHA LENS

The Bigger Picture

କେନ୍ଦ୍ରମନ୍ତ୍ରୀଙ୍କ ହଠାତ୍ ଇସ୍ତଫା ବଢ଼ାଇଲା ଚର୍ଚ୍ଚା

ନୂଆଦିଲ୍ଲୀ: କେନ୍ଦ୍ର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ଦେଖିବାକୁ ମିଳିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍. ମୁରୁଗାନ ମୋଦୀଙ୍କ ମନ୍ତ୍ରୀମଣ୍ଡଳ ସହିତ ରାଜ୍ୟସଭା ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ତାମିଲନାଡୁରେ ଭାରତୀୟ ଜନତା ପାର୍ଟି ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ସମୟ ଦେବାକୁ ଚାହୁଁଥିବା ଦର୍ଶାଇ ଏହି ନିଷ୍ପତ୍ତି ନେଇଛନ୍ତି।

ଶ୍ରୀ ମୁରୁଗାନ ଭାବବିହ୍ୱଳ ହୋଇ ଲେଖିଛନ୍ତି ଯେ, ଜଣେ ଦିନମଜୁରିଆଙ୍କ ପୁଅ ହୋଇ କେନ୍ଦ୍ର ମନ୍ତ୍ରୀପରିଷଦରେ କାର୍ଯ୍ୟ କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସୌଭାଗ୍ୟ ଥିଲା। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ, ଧୈର୍ଯ୍ୟ ଓ ସମର୍ପଣ ଭାବ ତାଙ୍କୁ ସର୍ବଦା ଅନୁପ୍ରାଣିତ କରିଛି। ଏବେ ତାମିଲନାଡୁରେ ଦଳୀୟ ସଂଗଠନ ପାଇଁ ପୂର୍ଣ୍ଣକାଳୀନ ଭାବେ କାର୍ଯ୍ୟ କରିବାର ସମୟ ଆସିଥିବାରୁ ତାଙ୍କୁ ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟତାରୁ ଅବ୍ୟାହତି ଦିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି।

ଡ. ମୁରୁଗାନ ପୂର୍ବରୁ ତାମିଲନାଡୁ ବିଜେପିର ରାଜ୍ୟ ସଭାପତି ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ସାରିଛନ୍ତି। ୨୦୨୧ ମସିହାରେ ପ୍ରଥମ ଥର ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ ଏବଂ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୨୪ରେ ସେ ପୁନର୍ବାର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତେବେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ୨୦୩୦ ପର୍ଯ୍ୟନ୍ତ ରହିଥିବା ସତ୍ତ୍ୱେ ସେ ଆଗୁଆ ଇସ୍ତଫା ଦେଇଦେବା କଥାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହା ପଛରେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ସୁଚିନ୍ତିତ ଯୋଜନା ରହିଥିବା ଚର୍ଚ୍ଚା ହେଉଛି।

ଗତକାଲି ହିଁ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଏହାର ଦିନକ ପରେ ଶ୍ରୀ ମୁରୁଗାନଙ୍କ ଏହି ଇସ୍ତଫା, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଖୁବଶୀଘ୍ର ବଡ଼ ଧରଣର ଅଦଳବଦଳ ସମ୍ପର୍କିତ ଚର୍ଚ୍ଚାକୁ ବଳ ଦେଇଛି। କାହାର ୱିକେଟ୍ ପଡ଼ିବ ଏବଂ କାହାର ଡେବ୍ୟୁ ହେବ, ଏନେଇ ଏବେଠୁ ଅଙ୍କକଷା ଆରମ୍ଭ ହୋଇଗଲାଣି।

Union Minister L. Murugan Steps Down from Modi Cabinet and Rajya Sabha to Focus on Tamil Nadu.

In a significant political development, Union Minister of State for Information & Broadcasting and Parliamentary Affairs, Dr. L. Murugan, has resigned from both the Union Council of Ministers and his Rajya Sabha seat. In an emotional resignation letter addressed to Prime Minister Narendra Modi, Dr. Murugan described serving in the Union Cabinet as a daily-wage laborer’s son as one of the greatest privileges of his life, expressing deep gratitude for the Prime Minister’s leadership.

Murugan stated that his decision stems from a desire to dedicate himself full-time to strengthening the Bharatiya Janata Party (BJP) grassroots organization in Tamil Nadu, where he previously served as state party president. First inducted into the Union Cabinet in 2021 as a Rajya Sabha member from Madhya Pradesh and subsequently re-elected in 2024, his parliamentary tenure was set to run until 2030.

His premature departure, coming right on the heels of the appointment of new Governors across six states, has triggered intense speculation across political circles. The move is widely seen as part of a strategic recalibration by the BJP top brass, signaling an imminent, broader reshuffle within the Union Cabinet.

Leave a Reply

Your email address will not be published. Required fields are marked *