ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ମସ୍ତିଷ୍କ ଓ ସ୍ନାୟୁରୋଗ ବିଶେଷଜ୍ଞ ତଥା ପଦ୍ମଶ୍ରୀ ଡଃ ଅଶୋକ କୁମାର ମହାପାତ୍ର ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ନୂଆଦିଲ୍ଲୀସ୍ଥିତ ଏମ୍ସରେ ତାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର ପରେ ନିମୋନିଆ ସଂକ୍ରମଣ ଦେଖାଦେବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ବର୍ତ୍ତମାନ ସେ ଏମ୍ସର ଆଇସିୟୁରେ ଭେଣ୍ଟିଲେଟର ସହାୟତାରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ତାଙ୍କୁ ଗତ ଦୁଇ ଦିନ ଧରି ଭେଣ୍ଟିଲେଟରରେ ରଖାଯାଇ ଡାକ୍ତରୀ ଟିମ୍ ଦ୍ୱାରା ତୀକ୍ଷ୍ଣ ନଜର ରଖାଯାଇଛି।
ଡଃ ମହାପାତ୍ର ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବା ସହ ନୂଆଦିଲ୍ଲୀ ଏମ୍ସର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଭାବରେ ଦେଶ ତଥା ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତ ସରକାର ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଥିଲେ। ଏହାସହ ସେ ‘ପ୍ରତିଭା ସମ୍ମାନ ଓଡ଼ିଶା ଟ୍ରଷ୍ଟ’ର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଆସୁଛନ୍ତି। ତାଙ୍କର ଏଭଳି ସଙ୍କଟାପନ୍ନ ସ୍ୱାସ୍ଥ୍ୟାବସ୍ଥା ଖବର ପ୍ରଚାରିତ ହେବା ପରେ ଓଡ଼ିଶାର ଚିକିତ୍ସା ଜଗତ ତଥା ଜନସାଧାରଣଙ୍କ ମଧ୍ୟରେ ଗଭୀର ଚିନ୍ତା ପ୍ରକାଶ ପାଇଛି। ‘ପ୍ରତିଭା ସମ୍ମାନ ଓଡ଼ିଶା’ ପରିବାର ଏବଂ ତାଙ୍କ ଶୁଭଚିନ୍ତକମାନଙ୍କ ତରଫରୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି। ସେ ଶୀଘ୍ର ସୁସ୍ଥ ହୋଇ ପୁନର୍ବାର ଓଡ଼ିଶା ଫେରିଆସନ୍ତୁ ବୋଲି ସର୍ବତ୍ର ପ୍ରାର୍ଥନା ଜାରି ରହିଛି।
Renowned neurosurgeon and Padma Shri awardee Dr. Ashok Kumar Mahapatra is currently in critical condition at AIIMS, New Delhi. Following a recent brain surgery, he developed severe pneumonia complications, leading to a critical decline in his health. Over the past two days, he has been placed on ventilator support in the Intensive Care Unit (ICU), where a specialized medical team is closely monitoring his vitals around the clock.
Dr. Mahapatra is widely regarded as one of India’s foremost medical visionaries. He played a pivotal role in establishing AIIMS Bhubaneswar as its founder director and served with great distinction as the head of the neurosurgery department at AIIMS, New Delhi. His pioneering surgical contributions and decades of clinical excellence earned him the prestigious Padma Shri civilian honor. Beyond his clinical achievements, he also serves as the president of the Pratibha Samman Odisha Trust, remaining actively invested in social and academic initiatives.
News of his critical health condition has triggered deep concern across Odisha and the nationwide medical fraternity. Members of the Pratibha Samman Odisha Trust, along with countless well-wishers and citizens, have offered prayers to Lord Jagannath for his strength, swift recovery, and safe return home.












Leave a Reply