ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଡ. ବ୍ରଜ ମୋହନ ରାମ ଆସନ୍ତା ଅକ୍ଟୋବର ୧୮ ତାରିଖ ଦିନ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ପୂର୍ବାହ୍ନ ୧୧ଟାରେ ଲୋକ ଭବନର ନୂତନ ଅଭିଷେକ ହଲ୍ରେ, ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏଥିପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।
ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ମନ୍ତ୍ରୀମଣ୍ଡଳର ସଦସ୍ୟଗଣ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବା ସ୍ୱାଭାବିକ। ମାତ୍ର, ରୋଚକ କଥା ହେଉଛି ଯେ ଏହି ଉତ୍ସବରେ ଯୋଗଦେବାକୁ ନୂତନ ରାଜ୍ୟପାଳଙ୍କ ସହ ଝାଡ଼ଖଣ୍ଡରୁ ପ୍ରାୟ ୩୦୦ ଜଣ ଅତିଥି ଓଡ଼ିଶା ଆସୁଛନ୍ତି। ଅକ୍ଟୋବର ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ଅତିଥିମାନେ ସମ୍ପୂର୍ଣ୍ଣ ୪ ଦିନ ଓଡ଼ିଶାରେ ହିଁ ଅବସ୍ଥାନ କରିବେ।
ସମସ୍ତ ଅତିଥିଙ୍କ ରହଣି, ଖାଦ୍ୟପେୟ, ପରିବହନ ଏବଂ ଭୁବନେଶ୍ୱର ବିମାନବନ୍ଦରରୁ ଆରମ୍ଭ କରି ପୁରୀ ଲୋକଭବନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ଯୋଗାଇ ଦେବାପାଇଁ ରାଜ୍ୟପାଳଙ୍କ ସଚିବ ଗୃହ ବିଭାଗକୁ ଚିଠି ଲେଖି ଜଣାଇଛନ୍ତି। ସମଗ୍ର ବ୍ୟବସ୍ଥାର ତଦାରଖ ପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ତେବେ ଏହି ସାମ୍ବିଧାନିକ ଶପଥ ଗ୍ରହଣ ସମାରୋହକୁ କେନ୍ଦ୍ର କରି ପ୍ରଶାସନିକ ସ୍ତରରେ ଯେଉଁ ଖର୍ଚ୍ଚବହୁଳ ଆୟୋଜନ ଆରମ୍ଭ ହୋଇଛି, ତାହା ଏବେ ତୀବ୍ର ବିବାଦ ଓ ଚର୍ଚ୍ଚାର ବିଷୟ ପାଲଟିଛି।
ଗୋଟିଏ ସାମ୍ବିଧାନିକ ପଦବୀର ଦାୟିତ୍ୱ ଗ୍ରହଣ ପାଇଁ ବ୍ୟକ୍ତିଗତ ବା ରାଜନୈତିକ ସ୍ତରରେ ଆସୁଥିବା ଶହ ଶହ ଅତିଥିଙ୍କ ୪ ଦିନର ବିଳାସପୂର୍ଣ୍ଣ ଆତିଥ୍ୟ ରାଜ୍ୟ ରାଜକୋଷ ତଥା ସାଧାରଣ ଲୋକଙ୍କ ଟିକସ ଅର୍ଥରୁ ବହନ କରାଯିବା ନେଇ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶାସନ ବ୍ୟବସ୍ଥାରେ ମିତବ୍ୟୟିତା, ସ୍ୱଚ୍ଛତା ଏବଂ ସରକାରୀ ଅର୍ଥର ଉଚିତ ବିନିଯୋଗ ଉପରେ ସବୁବେଳେ ଜୋର୍ ଦିଆଯାଉଥିବା ବେଳେ, ଏପରି ବିରାଟ ଭିଭିଆଇପି ଆୟୋଜନ ପ୍ରଶାସନିକ ସମ୍ବଳ ଓ ପୋଲିସ ବଳର ଅନାବଶ୍ୟକ ଅପବ୍ୟବହାର ବୋଲି ଚର୍ଚ୍ଚା ହେଉଛି।
ସମ୍ବିଧାନର ସର୍ବୋଚ୍ଚ ଆସନରେ ବସିବା ପୂର୍ବରୁ ରାଜ୍ୟର ଅର୍ଥକୁ ଏପରି ଦଳଗତ ବା ବ୍ୟକ୍ତିଗତ ଭ୍ରମଣ ପାଇଁ ଖୋଲାଖୋଲି ବ୍ୟବହାର କରିବାର ନିଷ୍ପତ୍ତି ଏକ ଅନୁଚିତ ପରମ୍ପରା ସୃଷ୍ଟି କରୁଛି ବୋଲି ଅଭିଯୋଗ ଉଠୁଛି। ଶପଥ ଗ୍ରହଣ ସରିବା ପରେ ରାଜ୍ୟପାଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯିବା ସ୍ୱାଭାବିକ, ମାତ୍ର ସାଙ୍ଗରେ ଆସିଥିବା ୩୦୦ ଅତିଥିଙ୍କୁ ସରକାରୀ ଖର୍ଚ୍ଚରେ ଆତିଥ୍ୟ ଦେଇ ଭ୍ରମଣ କରାଇବା କେତେଦୂର ଯୁକ୍ତିଯୁକ୍ତ, ତାହାକୁ ନେଇ ଏବେ ସବୁଆଡ଼େ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
The upcoming swearing-in ceremony of Odisha’s newly appointed Governor on October 18 has triggered widespread criticism over the extensive use of public resources. Along with the Governor, approximately 300 guests arriving from Jharkhand are scheduled to stay in the state for four days, spanning October 17 to 20. The Governor’s Secretariat has directed the State Home Department to arrange comprehensive logistics, including accommodation, hospitality, transportation, and heightened security across Bhubaneswar Airport, Lok Seva Bhawan, and Puri. A dedicated nodal officer has also been assigned to oversee the arrangements.
The lavish arrangement has sparked strong resentment among citizens and observers, who question the propriety of funding a four-day VIP stay for hundreds of non-official visitors using taxpayers’ money. Critics argue that utilizing state administrative machinery and public funds for such excessive hospitality directly contradicts governmental austerity norms.






Leave a Reply