ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନେକ ସମୟରେ ବଡ଼ବଡ଼ିଆଙ୍କ ଘରେ ରେଡ୍ ହୁଏ। ଏ ସମ୍ପର୍କିତ ଖବର ଟିଭି ଏବଂ ଖବର କାଗଜରେ ହେଡ଼ଲାଇନ୍ ପାଲଟେ। ସରକାରୀ ବାବୁଙ୍କ ଘରୁ ନୋଟ୍ ବିଡ଼ା, କିଲୋ କିଲୋ ସୁନା ଗହଣା ଏବଂ ଆଲମିରା ଖୋଲିବା ମାତ୍ରେ ଟଙ୍କାର ପାହାଡ଼ ଦେଖିବାର ଦୃଶ୍ୟ ସାଧାରଣ ଲୋକଙ୍କୁ ଆଚମ୍ବିତ କରେ। ହେଲେ, ଭିଜିଲାନ୍ସ, ଇଡି, ସିବିଆଇ କିମ୍ବା ଆୟକର ବିଭାଗ ପକ୍ଷରୁ ହେଉଥିବା ରେଡ୍ ପରେ ଜବତ ଟଙ୍କା/ଗହଣା ସବୁ କୁଆଡ଼େ ଯାଏ? ସେହି ଟଙ୍କା ସରକାରଙ୍କ ଖାତାକୁ ଯାଏ ନା ମଝିରେ ବାଟମାରଣା ହୁଏ? ଏହାର ଉତ୍ତର ଆଜି ଜାଣିବା।
ଜବତ ପ୍ରକ୍ରିୟା ଓ ପ୍ରାଥମିକ ହିସାବ
ଚଢ଼ାଉ ବେଳେ ନଗଦ ଟଙ୍କା ମିଳିବା କ୍ଷଣି ଭିଜିଲାନ୍ସ ଟିମ୍ ନିଜ ଇଚ୍ଛାରେ ତାହାକୁ ନେଇଯାଇ ପାରିବେ ନାହିଁ। ନିରପେକ୍ଷ ସ୍ଥାନୀୟ ସାକ୍ଷୀ ଏବଂ ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ନୋଟ୍ ଗଣନା ମେସିନ ସାହାଯ୍ୟରେ ସମ୍ପୂର୍ଣ୍ଣ ଅର୍ଥର ପୁଙ୍ଖାନୁପୁଙ୍ଖ ହିସାବ କରାଯାଏ। ପ୍ରତ୍ୟେକ ବଣ୍ଡଲ୍ର ସିରିଏଲ୍ ନମ୍ବର ଏବଂ ନୋଟ୍ର ମୂଲ୍ୟ ଉଲ୍ଲେଖ କରି ଏକ ସ୍ୱତନ୍ତ୍ର ‘ଜବତ ତାଲିକା’ ପ୍ରସ୍ତୁତ କରାଯାଏ, ଯେଉଁଥିରେ ଅଭିଯୁକ୍ତଙ୍କ ସମେତ ଉପସ୍ଥିତ ସମସ୍ତ ସାକ୍ଷୀଙ୍କ ଦସ୍ତଖତ ରହେ। ଏହାପରେ ଉକ୍ତ ଟଙ୍କାକୁ ବକ୍ସରେ ସିଲ୍ କରାଯାଇ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଦୁର୍ନୀତି ନିବାରଣ ଆଇନ, ୧୯୮୮’ ଅନୁସାରେ ଅଦାଲତ କିମ୍ବା ଭିଜିଲାନ୍ସର ସୁରକ୍ଷିତ ‘ମାଲଖାନା’ର ହେପାଜତକୁ ପଠାଯାଏ।
ବ୍ୟାଙ୍କ ଜମା ଓ ଅଦାଲତଙ୍କ ହେପାଜତ
କୋଟି କୋଟି ଟଙ୍କାର ନଗଦ ଅର୍ଥକୁ ଦୀର୍ଘ ଦିନ ଧରି ମାଲଖାନାରେ ନଗଦ ଆକାରରେ ରଖିବା ସୁରକ୍ଷିତ ନୁହେଁ। ତେଣୁ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ଅନୁମତିକ୍ରମେ ସେହି ଟଙ୍କାକୁ ତୁରନ୍ତ ଯେକୌଣସି ଜାତୀୟକରଣ ମାନ୍ୟତାପ୍ରାପ୍ତ ବ୍ୟାଙ୍କରେ ସ୍ୱତନ୍ତ୍ର ଏସ୍କ୍ରୋ ବା ଫିକ୍ସଡ୍ ଡିପୋଜିଟ୍ ଆକାଉଣ୍ଟରେ ଜମା କରିଦିଆଯାଏ। ମାମଲା ବିଚାରାଧୀନ ଥିବା ପର୍ଯ୍ୟନ୍ତ ଏହା ଅଦାଲତଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ‘କେସ୍ ପ୍ରପର୍ଟି’ ଭାବେ ବ୍ୟାଙ୍କ ସୁଧ ସହିତ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇ ରହେ। କୌଣସି ତଦନ୍ତକାରୀ ସଂସ୍ଥା, ପୁଲିସ ଅଧିକାରୀ କିମ୍ବା ପ୍ରଶାସନିକ ବିଭାଗ ନିଜ ମନମୁଖୀ ଭାବେ ଏହି ଟଙ୍କାର ଗୋଟିଏ ନୂଆ ପଇସା ମଧ୍ୟ ଖର୍ଚ୍ଚ କରିପାରିବେ ନାହିଁ।
ରାଜ୍ୟ ଖଜଣାକୁ ହସ୍ତାନ୍ତର: ସ୍ୱତନ୍ତ୍ର ଆଇନର ଭୂମିକା
ଏହି ପ୍ରକ୍ରିୟାରେ ଓଡ଼ିଶାର ଏକ ସ୍ୱତନ୍ତ୍ର ଆଇନଗତ ବ୍ୟବସ୍ଥା ରହିଛି, ଯାହା ‘ଓଡ଼ିଶା ସ୍ପେଶାଲ କୋର୍ଟସ୍ ଆକ୍ଟ, ୨୦୦୬’ ନାମରେ ଜଣାଶୁଣା। ଏହି ଆଇନ ଅନୁସାରେ, ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଯଦି ଅଭିଯୁକ୍ତଙ୍କ ସମ୍ପତ୍ତି ଅନୈତିକ ଉପାୟରେ ଅର୍ଜିତ ହୋଇଥିବା ପ୍ରାଥମିକ ଭାବେ ପ୍ରମାଣିତ ହୁଏ, ତେବେ ମୂଳ ଅପରାଧିକ ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ଅଧିକୃତ ଅଧିକାରୀଙ୍କ ଦ୍ୱାରା ଉକ୍ତ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇପାରେ। ଅଦାଲତରେ ବିଚାର ଶେଷ ହୋଇ ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ କୋର୍ଟଙ୍କ ଆଦେଶରେ ସମସ୍ତ ଅର୍ଥ ସରକାରୀ ଘୋଷଣା ହୋଇ ରାଜ୍ୟର ‘ଏକତ୍ରୀକୃତ ପାଣ୍ଠି’ ଅର୍ଥାତ୍ ରାଜକୋଷରେ ଜମା ହୁଏ। ଜବତ କୋଠାବାଡ଼ି କିମ୍ବା ଜମିକୁ ନିଲାମ କରି ମିଳୁଥିବା ଅର୍ଥ ମଧ୍ୟ ରାଜକୋଷକୁ ଯାଏ। ଅଥବା ସେହି ଘରକୁ ସରକାରୀ ସ୍କୁଲ, ଡାକ୍ତରଖାନା କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ର ଭାବେ ଜନସାଧାରଣଙ୍କ ସେବାରେ ଉତ୍ସର୍ଗ କରାଯାଏ। ଅନ୍ୟପକ୍ଷରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେଲେ ଉକ୍ତ ଟଙ୍କା ସୁଧ ସହିତ ତାଙ୍କୁ ଫେରସ୍ତ ଦିଆଯାଏ।
ଓଡ଼ିଶାରେ ଗତ ୫ ବର୍ଷର ଜବତ ତଥ୍ୟ: କେତେ ଟଙ୍କା ଧରାପଡ଼ିଛି?
ଜବତ ସମ୍ପତ୍ତିର ପରିମାଣକୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ, ଗତ ୫ ବର୍ଷ (୨୦୨୧-୨୦୨୫) ମଧ୍ୟରେ ଓଡ଼ିଶା ଭିଜିଲାନ୍ସ ଇତିହାସରେ ସର୍ବାଧିକ ନଗଦ ଟଙ୍କା ଓ ସମ୍ପତ୍ତି ଜବତ ହୋଇଛି। କେବଳ ଚଢ଼ାଉ ବେଳେ ପ୍ରାୟ ₹୨୫ କୋଟିରୁ ₹୩୦ କୋଟି ଟଙ୍କାର ନଗଦ ଅର୍ଥ ଜବତ ହୋଇଥିବା ବେଳେ ଜମିଜମା, ସୁନାଗହଣା ଓ ବ୍ୟାଙ୍କ ଜମା ମିଶାଇ ମୋଟ ଆୟବହିର୍ଭୂତ ସମ୍ପତ୍ତିର ଆନୁମାନିକ ମୂଲ୍ୟ ₹୫୦୦ କୋଟିରୁ ଅଧିକ ରହିଛି। ବର୍ତ୍ତମାନ ବାର୍ଷିକ ହାରାହାରି ₹୩.୫ କୋଟିରୁ ₹୬ କୋଟି ନଗଦ ଏବଂ ₹୮୦ରୁ ₹୧୨୦ କୋଟି ଟଙ୍କାର ସମ୍ପତ୍ତି ମୂଲ୍ୟାୟନ ଭିଜିଲାନ୍ସ ଜାଲରେ ଧରାପଡ଼ୁଛି।
କେବଳ ରାଜ୍ୟ ନୁହେଁ, ସାରା ଦେଶରେ କେନ୍ଦ୍ରୀୟ ଏଜେନ୍ସି ଯଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା PMLA ଆଇନରେ ଏପର୍ଯ୍ୟନ୍ତ ₹୧.୨୫ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ଆଟାଚ୍ ହୋଇଥିବା ବେଳେ ଆୟକର ବିଭାଗ ବାର୍ଷିକ ପ୍ରାୟ ₹୧,୦୦୦ରୁ ₹୧,୫୦୦ କୋଟି ନଗଦ ଓ ସୁନା ଜବତ କରୁଛି।
From Raids to the State Exchequer: Where Does Seized Corruption Money Go?
Whenever anti-corruption agencies like the Odisha Vigilance uncover stacks of cash, gold, and disproportionate assets from public servants, a common question arises regarding where the seized fortune ends up. The entire process follows strict statutory oversight under criminal procedure codes and anti-corruption laws. During raids, cash is tallied using counting machines before independent witnesses and bank officials, logged into an official seizure memo, sealed, and transferred to judicial custody (Malkhana). To preserve value, special courts direct these funds into escrow or interest-bearing fixed deposit accounts in nationalized banks, where they remain protected as “case property.” Under the Odisha Special Courts Act, 2006, disproportionate assets can undergo confiscation proceedings before an Authorised Officer even while the trial runs parallelly.
Once the court convicts the accused, the seized money and liquidated assets are officially forfeited and credited directly into the Consolidated Fund of the State (the government exchequer) to fund public welfare, infrastructure, and healthcare, whereas confiscated buildings are often converted into schools or health centres. Over the last five years, Odisha Vigilance has seized over ₹25 to ₹30 crore in physical cash and registered disproportionate assets surpassing ₹500 crore, while central agencies like the ED have attached over ₹1.25 lakh crore nationwide. Every rupee remains accountable under the CAG’s audit scrutiny until it returns to serve public welfare.






Leave a Reply