ଭୁବନେଶ୍ୱର: କଟକ-ଭୁବନେଶ୍ୱର ଜାତୀୟ ରାଜପଥର ଫୁଲନଖରା ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ଜଣ ଉଦୀୟମାନ ତଥା ପ୍ରତିଭାବାନ ଯୁବ ଆଥଲେଟ୍ ମୃତ୍ୟୁମ୍ ଜୟରାମ ଦଣ୍ଡପାଟି ଏବଂ ମଳୟ ବାରିକଙ୍କର ଅକାଳ ବିୟୋଗ ଘଟିଛି। ଗତକାଲି ରାତି ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ଫୁଲନଖରାସ୍ଥିତ ଟୟୋଟା ସୋ’ରୁମ୍ ସମ୍ମୁଖରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ପୁଲିସ ପ୍ରାଥମିକ ସୂତ୍ରରୁ ସୂଚନା ମିଳିଛି।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଥିବା ସ୍ପୋର୍ଟସ୍ ହଷ୍ଟେଲରେ ଦୁହେଁ ରହୁଥିଲେ। ଗତକାଲି ରାତ୍ରିରେ ଯାତ୍ରା ଦେଖିବା ଉଦ୍ଦେଶ୍ୟରେ କଟକ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା ଉପରେ ଥିବା ଏକ ଡିଭାଇଡରରେ ପିଟି ହୋଇଯାଇଥିଲା। ପୁଲିସ ଓ ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ଦୁର୍ଘଟଣା ଘଟିବା ପରେ ତୁରନ୍ତ ଉଭୟ ଖେଳାଳିଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତରମାନେ ପରୀକ୍ଷା ନିରୀକ୍ଷା କରିବା ପରେ ଉଭୟଙ୍କୁ ‘ମୃତ’ ଘୋଷଣା କରିଥିଲେ। ବର୍ତ୍ତମାନ ଉଭୟଙ୍କ ମୃତଦେହ ଡାକ୍ତରଖାନାର ଶବଗୃହରେ ସଂରକ୍ଷିତ ରଖାଯାଇଛି।
ଏହି ଦୁଇ ଯୁବ ଆଥଲେଟ୍ ରାଜ୍ୟ ପାଇଁ ଅନେକ ଗୌରବ ଆଣିଦେଇଥିଲେ। ଉଭୟ ଭୁବନେଶ୍ୱରସ୍ଥିତ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର (ଏଚପିସି) ରେ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ଗ୍ରହଣ କରୁଥିଲେ। ଜୟରାମ ଦଣ୍ଡପାଟି ମୂଳତଃ ଆନ୍ଧ୍ରପ୍ରଦେଶ କାକିନାଡ଼ାର ହୋଇଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହ ତାଙ୍କର ନିବିଡ଼ ସମ୍ପର୍କ ରହିଥିଲା। ୧୦୦ ମିଟର ଓ ୨୦୦ ମିଟର ସ୍ପ୍ରିଣ୍ଟରେ ସେ ଜଣେ ବିଶେଷ ଦକ୍ଷ ଧାବକ ଥିଲେ। ତେଲେଙ୍ଗାନାର ହାନାମକୋଣ୍ଡାଠାରେ ଆୟୋଜିତ ଇଣ୍ଡିଆନ୍ ଓପନ୍ ଅଣ୍ଡର-୨୩ ଆଥଲେଟିକ୍ସ ପ୍ରତିଯୋଗିତାରେ ସେ ୧୦୦ ମିଟରରେ ୧୦.୪୯ ସେକେଣ୍ଡ ଓ ୨୦୦ ମିଟରରେ ୨୧.୧୦ ସେକେଣ୍ଡ ସମୟ ସହ ଉଭୟ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଏହାସହ ୨୦୨୬ ମସିହାରେ ଅନୁଷ୍ଠିତ ୭୨ତମ ଓଡ଼ିଶା ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପ୍ରେ ୨୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୧୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ। ସେହିପରି ୨୦୨୬ ଇଣ୍ଡିଆନ୍ ଓପନ୍ ୟୁ-୨୩ରେ ୧୦.୪୫୫ ସେକେଣ୍ଡ ସମୟ ନେଇ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।
ଅନ୍ୟପଟେ, ମଳୟ ବାରିକ ବରଗଡ଼ ଜିଲ୍ଲାର ଅତାବିରାର ବାସିନ୍ଦା ଥିଲେ। କୁମେଲସିଂହାସ୍ଥିତ ସିଦ୍ଧାର୍ଥ ପବ୍ଲିକ ସ୍କୁଲର ଛାତ୍ର ଥିବା ମଳୟ କୋଚ୍ ଶିବ ପ୍ରସାଦ ମିଶ୍ରଙ୍କ ମାର୍ଗଦର୍ଶନରେ ୪୦୦ ମିଟର ଇଭେଣ୍ଟରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିଲେ। ରାଞ୍ଚିର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ୍ ଆଥଲେଟିକ୍ସ ସିରିଜ-୪ରେ ସେ ୪୯.୩୩ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ହାସଲ କରିଥିଲେ। ୨୦୨୫ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ଇଷ୍ଟ ଜୋନ୍ ଜୁନିଅର ଚାମ୍ପିଅନସିପ୍ରେ ସ୍ୱର୍ଣ୍ଣ ପଦକ ବିଜେତା ଓଡ଼ିଶାର ଅଣ୍ଡର-୨୦ ୪x୪୦୦ ମିଟର ରିଲେ ଦଳର ସେ ଅଂଶ ଥିଲେ। ୨୦୨୬ ଜୁନ୍ରେ ଅନୁଷ୍ଠିତ ୭୨ତମ ରାଜ୍ୟ ସିନିୟର ଆଥଲେଟିକ୍ସରେ ୟୁ-୨୩ ୪୦୦ ମିଟରରେ ରୌପ୍ୟ ପଦକ ଏବଂ ଭୁବନେଶ୍ୱରରେ ଅନୁଷ୍ଠିତ ୬୫ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସର ୪୦୦ ମିଟର ହିଟ୍ସରେ ୪୮.୭୫ ସେକେଣ୍ଡ ସମୟ ରେକର୍ଡ କରିଥିଲେ।
ଏହି ଦୁଇ ପ୍ରତିଭାବାନ ଆଥଲେଟ୍ଙ୍କ ଅକାଳ ବିୟୋଗରେ ସମଗ୍ର ରାଜ୍ୟ କ୍ରୀଡ଼ା ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ କହିଛନ୍ତି ଯେ, ଏହି ଯୁବ ଖେଳାଳିଙ୍କ ବିୟୋଗ ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଏହି କଠିନ ସମୟରେ ଧୈର୍ଯ୍ୟ ପ୍ରଦାନ କରିବା ଏବଂ ଅମର ଆତ୍ମାର ସଦ୍ଗତି ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
Two promising Odisha athletes, Mrutyam Jayaram Dondapati and Malay Barik, died in a road accident near Phulnakhara on the Cuttack-Bhubaneswar national highway around 10:30 PM. The vehicle reportedly collided with a road divider while they were traveling toward Cuttack. Both were rushed to SCB Medical College and Hospital, where attending doctors declared them dead on arrival.
Both sprinters trained at the Odisha Reliance Foundation Athletics High Performance Centre in Bhubaneswar. Jayaram, a talented 100-metre and 200-metre specialist, had won gold medals at the Indian Open U23 Athletics Competition and the 72nd Odisha State Senior Athletics Championship. Malay, from Bargarh district, excelled in the 400-metre event, clinching gold at the East Zone Junior Championships and securing top finishes at multiple state and national meets.
Odisha Chief Minister Mohan Majhi expressed grief over their demise, offering heartfelt condolences and calling their passing a profound loss to the state’s sporting fraternity.












Leave a Reply