ODISHA LENS

The Bigger Picture

ବିସିସିଆଇ ଚୟନ କମିଟିରେ ଦୁଇ ଓଡ଼ିଆ

(ବିସିସିଆଇ): ଦୀର୍ଘଦିନ ଧରି କୌଣସି ଓଡ଼ିଆ ଖେଳାଳି ଭାରତୀୟ ଜାତୀୟ କ୍ରିକେଟ୍ ଦଳରେ ସ୍ଥାନ ପାଇପାରୁନାହାନ୍ତି। ଆଇପିଏଲରେ ମଧ୍ୟ ଆମ ରାଜ୍ୟର ଖେଳାଳିଙ୍କୁ କେହି କିଣୁନାହାନ୍ତି। ଯେଉଁଥିପାଇଁ ଆମେ ସେହି ଚିରାଚରିତ କିଛି ପୁରୁଣା ନାମକୁ ସବୁଦିନ ଘୋଷି ହେଉଛେ, ଆଉ ଓଡ଼ିଶା ରଣଜୀ ଦଳର ପ୍ରଦର୍ଶନକୁ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ)କୁ ନିନ୍ଦୁଛେ। ହେଲେ ଇତିମଧ୍ୟରେ ରାଜ୍ୟପାଇଁ ଏକ ଆଶ୍ୱସ୍ତିକର ଖବର ଆସି ପହଞ୍ଚିଛି। ପୁରୁଷ କ୍ରିକେଟ୍ ଖେଳାଳିଙ୍କୁ ବାଛୁଥିବା କମିଟିରେ ସ୍ଥାନ ପାଇଛନ୍ତି ଦୁଇ ଓଡ଼ିଆ ତାରକା।

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୁରୁଷ ବରିଷ୍ଠ ଚୟନ କମିଟିରେ ସ୍ଥାନ ପାଇଥିବା ଏହି ଦୁଇ ଓଡ଼ିଆ ତାରକା ହେଉଛନ୍ତି ପୂର୍ବତନ କ୍ରିକେଟର ପ୍ରଜ୍ଞାନ ଓଝା ଏବଂ ଶିବସୁନ୍ଦର ଦାସ। ପୂର୍ବରୁ ରଞ୍ଜୀବ ବିଶ୍ୱାଳ ବିଶ୍ୱବିଜୟୀ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ମ୍ୟାନେଜର ଭାବେ କାର୍ଯ୍ୟ କରି ରାଜ୍ୟର ଗୌରବ ବଢ଼ାଇଥିଲେ। ଏବେ ଭାରତୀୟ କ୍ରିକେଟ୍ ପ୍ରଶାସନରେ ଓଡ଼ିଶା ପାଇଁ ପୁଣି ଏକ ଗୌରବମୟ ଫର୍ଦ୍ଦ ଯୋଡ଼ି ହୋଇଛି। ଆହୁରି ଖୁସିର କଥା ହେଉଛି ପ୍ରଜ୍ଞାନ ଓଝାଙ୍କୁ ଏହି ପାଞ୍ଚ ଜଣିଆ କମିଟିର ଅଧ୍ୟକ୍ଷ (ଚିଫ୍ ସିଲେକ୍ଟର) ନିଯୁକ୍ତ କରାଯାଇଛି। (ସୌଜନ୍ୟ-ବିସିସିଆଇ)

ବିସିସିଆଇର ନିୟମାନୁସାରେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିଥିବା ସଦସ୍ୟ ହିଁ ଚୟନ କମିଟିର ଅଧ୍ୟକ୍ଷ ହୋଇଥାନ୍ତି। ନୂତନ କମିଟିର ସଦସ୍ୟମାନଙ୍କ ମଧ୍ୟରେ ଟେଷ୍ଟ ଅଭିଜ୍ଞତାକୁ ତର୍ଜମା କଲେ ଏକ ଆକର୍ଷଣୀୟ ତଥ୍ୟ ସାମ୍ନାକୁ ଆସିଛି। ପ୍ରଜ୍ଞାନ ଓଝା ଭାରତ ପାଇଁ ସର୍ବାଧିକ ୨୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ତାଙ୍କ ତଳକୁ ଓଡ଼ିଶାର ଶିବସୁନ୍ଦର ଦାସ ୨୩ଟି ଟେଷ୍ଟ ଖେଳିଛନ୍ତି। ମାତ୍ର ଗୋଟିଏ ଟେଷ୍ଟ ଅଧିକ ଖେଳିଥିବା କାରଣରୁ ଶିବସୁନ୍ଦରଙ୍କୁ ପଛରେ ପକାଇ ପ୍ରଜ୍ଞାନ ଏହି ସମ୍ମାନଜନକ ପଦ ହାସଲ କରିଛନ୍ତି। ପ୍ୟାନେଲର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଆର.ପି. ସିଂହ ୧୪ଟି, ଅଜୟ ରାତ୍ରା ୬ଟି ଏବଂ ନୂତନ ଭାବେ ସାମିଲ ହୋଇଥିବା ରମେଶ ପାୱାର ମାତ୍ର ୨ଟି ଟେଷ୍ଟ ଖେଳିଛନ୍ତି।

ଅଶୋକ ମାଲହୋତ୍ରା ଏବଂ ଜତିନ ପରାଞ୍ଜପେଙ୍କୁ ନେଇ ଗଠିତ ବିସିସିଆଇର କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି) ପ୍ୟାନେଲରେ ଖାଲି ପଡ଼ିଥିବା ସ୍ଥାନ ପାଇଁ ସାକ୍ଷାତକାର ନେଇଥିଲେ। ପରେ କମିଟି ପୂର୍ବତନ ଭାରତୀୟ କ୍ରିକେଟର ତଥା ମହିଳା ଦଳର ପୂର୍ବତନ ପ୍ରଶିକ୍ଷକ ରମେଶ ପାୱାରଙ୍କ ନାମ ସୁପାରିସ କରିଥିଲା
। ପୂର୍ବରୁ ଅଧ୍ୟକ୍ଷ ଥିବା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପାୱାର ତାଙ୍କ ସ୍ଥାନ ନେଇଛନ୍ତି।
ରମେଶ ପାୱାର ଭାରତ ପାଇଁ ୨ଟି ଟେଷ୍ଟ ଓ ୩୧ଟି ଦିନିକିଆ ଖେଳିବା ସହ ଭାରତୀୟ ମହିଳା ଦଳ, ମୁମ୍ବାଇ ଓ ଗୁଜରାଟର ପ୍ରଶିକ୍ଷକ ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ତାଙ୍କ ମାର୍ଗଦର୍ଶନରେ ଭାରତୀୟ ମହିଳା ଦଳ ଏସିଆ କପ୍ ବିଜେତା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲା। ଅନ୍ୟପଟେ ବିସିସିଆଇ ବିଦାୟୀ ଚେୟାରମ୍ୟାନ୍ ଅଜିତ ଅଗରକରଙ୍କ ଅବଦାନକୁ ପ୍ରଶଂସା କରିଛି, ଯାହାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ତିନୋଟି ଆଇସିସି ଟ୍ରଫି, ଦୁଇଟି ଏସିଆ କପ୍ ଏବଂ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା।

ଦୁଇ ଓଡ଼ିଆ କ୍ରିକେଟର ଜାତୀୟ ଚୟନ କମିଟିରେ ଏକାଠି ସାମିଲ ହେବା ଖବର ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରଜ୍ଞାନ ଓଝାଙ୍କୁ ଅଭିନନ୍ଦନ ଜଣାଇ କହିଛି ଯେ, ତାଙ୍କର ଏହି ନୂତନ ଯାତ୍ରା ଭାରତୀୟ କ୍ରିକେଟକୁ ନୂତନ ଶିଖରରେ ପହଞ୍ଚାଇବା ସହ ଓଡ଼ିଶାର ଗୌରବକୁ ଆହୁରି ବଢ଼ାଇବ। ଓଡ଼ିଶାର କ୍ରିକେଟ୍ ପ୍ରେମୀମାନେ ମଧ୍ୟ ବିସିସିଆଇକୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି। 

In a proud moment for Odisha cricket, former national players Pragyan Ojha and Shiv Sundar Das have been named to the BCCI Men’s Selection Committee. Pragyan Ojha has taken over as the chairman of the five-member panel, a role decided by Test cricket seniority. With 24 Test appearances under his belt, Ojha edged past fellow selector Shiv Sundar Das—who played 23 Tests—by just one match to secure the chief selector’s post.

The reconstituted committee also features RP Singh (14 Tests), Ajay Ratra (6 Tests), and newly appointed member Ramesh Powar (2 Tests). Powar, who previously served as head coach of the Indian women’s team, was unanimously recommended by the Cricket Advisory Committee following Ajit Agarkar’s exit. Under Agarkar’s tenure, India secured three ICC trophies, two Asia Cups, and consecutive Asian Games gold medals.

The inclusion of two Odia cricketers in the national selection panel has drawn widespread praise across Odisha. The Odisha Sports and Youth Services Department and BJD President Naveen Patnaik congratulated both players, stating their achievements have brought immense pride to the state and will take Indian cricket to greater heights.

Leave a Reply

Your email address will not be published. Required fields are marked *